ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ସ୍ତ୍ରୀ ଆଗରେ ନିଜ ଦେହରେ ନିଆଁ ଲଗାଇଲେ ସ୍ୱାମୀ

0

ବେଙ୍ଗାଲୁରୁ: ସ୍ତ୍ରୀ ଘର ଆଗରେ ନିଜ ଦେହରେ ନିଆଁ ଲଗାଇ ସ୍ୱାମୀ ଜୀବନ୍ତ ଦଗ୍ଧ। ଏଭଳି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁର ଜ୍ଞାନଭାରତୀ ଅଞ୍ଚଳରେ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି। ସ୍ତ୍ରୀଙ୍କୁ ମନାଇ ନ ପାରି ଶେଷରେ ନିଜକୁ ଜାଳିଦେଇଛନ୍ତି ସ୍ବାମୀ। ସ୍ତ୍ରୀ ରହୁଥିବା ଘର ଆଗରେ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ସ୍ୱାମୀ। ମୃତକ ହେଲେ କର୍ନାଟକର ମଞ୍ଜୁନାଥ(୩୯)। ମଞ୍ଜୁନାଥ କୁନିଗଲ ସହରର ବାସିନ୍ଦା ଥିଲେ ଏବଂ ସେ ଜଣେ କ୍ୟାବ୍ ଚାଳକ ଥିଲେ ତାଙ୍କ ସ୍ତ୍ରୀ ଛାଡପତ୍ର ଆବେଦନ ପ୍ରତ୍ୟାହାର ନ କରିବାରୁ ଆତ୍ମହତ୍ୟା କରିଛନ୍ତି।

ପୋଲିସ ସୂଚନା ମୁତାବକ, ୨୦୧୩ରେ ମଞ୍ଜୁନାଥ ବିବାହ କରିଥିଲେ। ପରେ ସେମାନେ ବେଙ୍ଗାଲୁରୁ ଆସି ଏକ ଫ୍ଲାଟରେ ରହୁଥିଲେ। ତାଙ୍କର ଏକ ୯ ବର୍ଷର ପୁଅ ଅଛନ୍ତି। ହେଲେ ବିଭିନ୍ନ କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଏନେଇ ସ୍ତ୍ରୀ-ସ୍ୱାମୀ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ମଞ୍ଜୁନାଥ ଦୁଇ ବର୍ଷରୁ ଅଧିକ ସମୟ ଦୂରରେ ରହିବା ପରେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ହେଲେ ମଞ୍ଜୁନାଥ ସ୍ତ୍ରୀଙ୍କ ବାସଭବନକୁ ଯାଇ ଛାଡପତ୍ର ପ୍ରକ୍ରିୟା ଆଗକୁ ନ ବଢ଼ାଇବାକୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ସ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ମଞ୍ଜୁନାଥ ଭାଙ୍ଗି ପଡି ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ମଞ୍ଜୁନାଥଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମଞ୍ଜୁନାଥଙ୍କ ମୃତ୍ୟୁ ପାଇ ସ୍ତ୍ରୀଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଏକ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.