ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି

0

ଭୁବନେଶ୍ବର: ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି। ଆଜି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିବା ବେଳେ ପୁଣି ୬୦ ଦିନ ନିଲମ୍ବନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନା ଅନୁସାରେ, ରାଜେଶ ପଣ୍ଡିତଙ୍କ ନିଲମ୍ବନକୁ ନେଇ ଗତ ୨୨ ତାରିଖରେ ରିଭ୍ୟୁ କମିଟି ସମୀକ୍ଷା କରିଥିଲା। ସମୀକ୍ଷା ବୈଠକରେ ତାଙ୍କ ବିରୋଧରେ ଥିବା ତଥ୍ୟ ଓ ଦସ୍ତାବିତର ଅନୁଧ୍ୟାନ କରିବା ପରେ ପୁଣି ଥରେ ତାଙ୍କ ନିଲମ୍ବନ ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସର୍ବଭାରତୀୟ ପୁଲିସ ସେବାର ଜଣେ ସଦସ୍ୟ ଭାବେ ଗୁରୁତର ଖରାପ ଆଚରଣ କରିବା ଅଭିଯୋଗରେ ଉତ୍ତମରାଓଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ।

ସୂଚନା ଯୋଗ୍ୟ, ଗତବର୍ଷ ଜୁଲାଇ ୩୦ ତାରିଖରେ ୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ନିଜ କ୍ଷମତାର ଅପବ୍ୟବହାର କରି ୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ ଥାନା ପରିସରରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ଭାରତୀୟ ପୋଲିସ ସେବା ଆଇନର ଉଲ୍ଲଂଘନ ଅଭିଯୋଗରେ ଶ୍ରୀ ପଣ୍ଡିତଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ନିଲମ୍ବିତ ହୋଇଥିଲେ ଶ୍ରୀ ପଣ୍ଡିତ। ପରେ ସେପ୍ଟେମ୍ବର ୨୮ରେ ତାଙ୍କର ନିଲମ୍ବନ ଅବଧି ୧୨୦ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏବେ ପୁଣି ତାଙ୍କର ନିଲମ୍ବନ ଅବଧି ବଢାଯାଇଛି।

Leave A Reply

Your email address will not be published.