ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

0

ନୂଆଦିଲ୍ଲୀ: ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ମୁଦ୍ରାନୀତିକୁ ନେଇ ସୂଚନା ଦେଇଛନ୍ତି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା। ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଥିବା ନେଇ ସୂଚନା ମିଳିଛି। ଏହା ଫଳରେ ଗୃହ ନିର୍ମାଣ ଉପରେ ଇଏମଆଇ ଖସିବାର ସମ୍ଭାବନା ରହିଛି।

କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ବ୍ୟାଙ୍କଗୁଡ଼ିକ ଗୃହ ଋଣ, କାର ଋଣ, ଶିକ୍ଷା ଋଣ, କର୍ପୋରେଟ୍ ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ପୂର୍ବରୁ ୨୦୨୦ ମଇ ମାସରେ କରୋନା ମହାମାରୀ ଯୋଗୁଁ ରେପୋ ରେଟ୍ ହ୍ରାସ କରିଥିଲା ରିଜର୍ଭ ବ୍ୟାଙ୍କ। ସେତେବଳେ ଦେଶରେ ଲକଡାଉନ୍ ଲାଗୁ ହୋଇଥିଲା। ଏହାର ୫ ବର୍ଷ ପରେ ଆଜି ରେପୋ ରେଟ୍ ହ୍ରାସ କରିଛି ଆରବିଆଇ।
ଗତ ୨୦୨୪ ଡିସେମ୍ବରରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମୁଦ୍ରା ନୀତି କମିଟି ବୈଠକ ହୋଇଥିଲା । ତିନି ଦିନ ଧରି ଚାଲିଥିଲା ଏହି ବୈଠକ। ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବା ସମୟରେ, ସଞ୍ଜୟ ମାଲହୋତ୍ରା ରେପୋ ରେଟରେ ୦.୨୫ ପ୍ରତିଶତ କିମ୍ବା ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ନେଇ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୩ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହାପରେ ଲଗାତର ୧୧ଥର ରେପୋ ରେଟ୍ ଅପରିବର୍ତ୍ତିତ ରହିଥିଲା। ପୂର୍ବରୁ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ସ୍ଥିର ରଖିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଇଏମଆଇରେ କୌଣସି ପରିବର୍ତ୍ତନ ହୋଇନଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏନେଇ ସୂଚନା ଦେଇଥିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର ଇଏମଆଇ ପୂର୍ବ ପରି ସମାନ ରହିଥିଲା।

Leave A Reply

Your email address will not be published.