ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି

0

କଟକ: ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ। ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ନେଇ ମତ ରଖିଛନ୍ତି ନୂଆ ସଭାପତି ପଙ୍କଜ। ସେ କହିଛନ୍ତି, ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି।

ଗତ ମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ।

ବିସିସିଆଇର ନିୟମ ଅନୁସାରେ, କୌଣସି ସଂଘରେ ଖାଲି ଥିବା ପଦ ପୂରଣ ପାଇଁ ୪୫ ଦିନ ମଧ୍ୟରେ ନିର୍ବାଚନ କରିବା ଉଚିତ। ତେବେ ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବାର ଥିବାରୁ ଓସିଏର ଅନୁରୋଧରେ ନିର୍ବାଚନ ବା ଏଜିଏମ୍‌କୁ ଫେବୃଆରୀ ୨୩କୁ ଘୁଞ୍ଚାଇ ଦେବା ପାଇଁ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର ରାଜି ହୋଇଥିଲେ। ଓସିଏର କର୍ମକର୍ତ୍ତା ଓ ସଦସ୍ୟମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଧର୍ମେନ୍ଦ୍ର ମଧ୍ୟ ଅଭିଜ୍ଞ କ୍ରୀଡ଼ା ସଂଗଠକ ପଙ୍କଜ ଲୋଚନ ମହାନ୍ତିଙ୍କୁ ଓସିଏ ସଭାପତି କରିବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.