ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ବାପା-ମାଆ ଓ ଭଉଣୀକୁ ପଥରରେ ଛେଚି ହତ୍ୟା କଲା ପୁଅ

0

ଜଗତସିଂହପୁର: ସଦର ଥାନା ଜୟବଡ଼ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ୨୨ ବର୍ଷୀୟ ପୁଅର ନାରକୀୟ କାଣ୍ଡ। ନୃସଂଶ ପାଲଟିଲା ପୁଅ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ବାପାମା’ ଓ ଭଉଣୀକୁ ପଥରରେ ଛେଚି ଜୀବନ ନେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ। ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ, ମାମାଲି ସେଠୀ। ତେବେ ଅଭିଯୁକ୍ତର ନାମ ସୂର୍ଯ୍ୟକାନ୍ତ ସେଠୀ ବୋଲି ଜଣାପଡିଛି

ପାରିବାରିକ କଳହକୁ କେନ୍ଦ୍ର କରି ବାପା-ମାଆ ସହ ଭଉଣୀକୁ ହତ୍ୟା କରିଛି ଭାଇ। ପାରିପାରିକ କଳହର ମୁଖ୍ୟ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ସଦର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯୁବକ +୨ରେ ପାଠ ପଢୁଥିବା ସୂଚନା ମିଳିଛି।

Leave A Reply

Your email address will not be published.