ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ବଳବତ୍ତର ରହିଲା ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା

0

ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା। ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି। ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବନି।

ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍। ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ମଧ୍ୟ ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ। ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ। ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା।

ହେଲେ ଏହି ମାମଲାରେ ମୁହଁଖୋଲିଥିଲେ ବିଷ୍ଣୁପଦ। ଗଣମାଧ୍ୟମ ଆଗରେ ସବୁ ଅଭିଯୋଗକୁ ଖଣ୍ଡନ କରି ସେ କହିଥିଲେ ଯେ, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ କିରିଆସୁଛି। କେବେ କୌଣସି କାମରେ ଖିଲାପ କରିନାହିଁ କିମ୍ବା କାହାକୁ ଠକି ନାହିଁ। ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ମୋତେ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଛି।

Leave A Reply

Your email address will not be published.