ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ

0

ଭୁବନେଶ୍ବର: ଚଳିତ ମାସ ଅର୍ଥାତ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ରାଜ୍ୟ ପୁଲିସର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏହି ପରୀକ୍ଷା କରୁଥିବା ଓଡିଶା ପୁଲିସ ଚୟନ ବୋର୍ଡ ଗତ ୨ ତାରିଖରେ ଏହି ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ଼ କରିବା ବିଷୟ ଘୋଷଣା କରିଥିଲେ।

ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ। କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ନୂଆ ତାରିଖ ଜାଣିବା ପାଇଁ ଓଡିଶା ପୁଲିସ ୱେବସାଇଟ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.