ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ

0

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ । ଦାବୀପୂରଣ ନହେଲେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ଦେଇଛନ୍ତି ଚେତାବନି । ପରିଶ୍ରମକୁ ପାରିଶ୍ରମିକ ନିଅଣ୍ଟ ପଡୁଛି ବୋଲି କହିଛନ୍ତି ପାଚିକା ସଂଘ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ଦେବାକୁ ଦାବି କରିଛନ୍ତି। ଦାବି ପୁରାଣ ନ ହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ୧୦ ଦଫା ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ସମାବେଶ କରିଛି। ମଧ୍ୟାହ୍ନ ଭୋଜନ, ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି। କିନ୍ତୁ ଏଯାଏଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ପାରିଶ୍ରମିକ ଦୈନିକ ଶହେ ଟଙ୍କା ପଡୁଛି । ବାସ୍ତବରେ ଉକ୍ତ ପାରିଶ୍ରମିକ ମାଆ ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ। ଏଣୁ ସରକାର ଘୋଷଣା କରିଥବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ଦେବାକୁ ଦାବି କରିଛନ୍ତି ।

ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ୨୦୦୦ଟଙ୍କା ଘୋଷଣା କରିଥିଲେ। ପରେ ମାଆ ମାନଙ୍କୁ ୧୪୦୦ ଟଙ୍କା ଦିଆଯାଇଥିଲା। ଘୋଷଣା କରାଯାଇଥିବା ୨୦୦୦ ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।

Leave A Reply

Your email address will not be published.