ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ

0

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ । ଦାବୀପୂରଣ ନହେଲେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ଦେଇଛନ୍ତି ଚେତାବନି । ପରିଶ୍ରମକୁ ପାରିଶ୍ରମିକ ନିଅଣ୍ଟ ପଡୁଛି ବୋଲି କହିଛନ୍ତି ପାଚିକା ସଂଘ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ଦେବାକୁ ଦାବି କରିଛନ୍ତି। ଦାବି ପୁରାଣ ନ ହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ୧୦ ଦଫା ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ସମାବେଶ କରିଛି। ମଧ୍ୟାହ୍ନ ଭୋଜନ, ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି। କିନ୍ତୁ ଏଯାଏଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ପାରିଶ୍ରମିକ ଦୈନିକ ଶହେ ଟଙ୍କା ପଡୁଛି । ବାସ୍ତବରେ ଉକ୍ତ ପାରିଶ୍ରମିକ ମାଆ ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ। ଏଣୁ ସରକାର ଘୋଷଣା କରିଥବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ଦେବାକୁ ଦାବି କରିଛନ୍ତି ।

ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ୨୦୦୦ଟଙ୍କା ଘୋଷଣା କରିଥିଲେ। ପରେ ମାଆ ମାନଙ୍କୁ ୧୪୦୦ ଟଙ୍କା ଦିଆଯାଇଥିଲା। ଘୋଷଣା କରାଯାଇଥିବା ୨୦୦୦ ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।

Leave A Reply

Your email address will not be published.