ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ

0

ଭୁବନେଶ୍ବର: ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ମିକ୍ସଚର ଫ୍ୟାକ୍ଟ୍ରିରେ କିଭଳି ନିଆଁ ଲାଗିଲା ତାହା ଜଣାପଡିନାହିଁ।

ସୂଚନାଯୋଗ୍ୟ, ଶନିବାର ଭୋର ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ କରିବା ସହ ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ୩ ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ୨ ଘଣ୍ଟାରୁ ଅଧିକ ସମୟ ହେଲା ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇ ପଡ଼ିଛି ।ମିକ୍ସଚର ଫ୍ୟାକ୍ଟ୍ରି ପାଖରେ ଥବା ଔଷଧଦୋକନକୁ ନିଆଁ ବ୍ୟାପି ଯାଇଛି। ଅନ୍ୟ ଦୋକାନରେ ମଧ୍ୟ ନିଆଁ ବ୍ୟାପିବାର ସମ୍ଭାବନା ରହିଛି।

Leave A Reply

Your email address will not be published.