ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ରାଜଧାନୀରେ ଏନକାଉଣ୍ଟର

0

ଦୁର୍ଦ୍ଦାନ୍ତ ଏଟିଏମ୍‌ ଲୁଟେରା ଗୁରୁତର
ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଛାତି ଉପରେ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା। ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ।

ଏହି କୁଖ୍ୟାତ ବିହାରୀ ଲୁଟେରା ଦୀପକ ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ କରୁଥିଲା। ଏହି ସମୟରେ ସେଠି ପହଞ୍ଚି ଯାଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ। ଲୁଟେରା ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଟିଏମ୍ ଲୁଟ୍ କରୁଥିବା ଦୀପକ କୁମାର ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ପାଲଟା ଗୁଳିମାଡ କରିଥିଲା। ଫଳରେ ଗୁଳି ତା’ ଗୋଡ଼ରେ ବାଜିଥିଲା। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଗୁରୁତର ଦୀପକ। ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା।

Leave A Reply

Your email address will not be published.