ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ଇତିହାସ ରଚିଲା ଭାରତ

0

ଦୁବାଇ: ଭାରତର ବଡ଼ ବିଜୟ। ଅପରାଜେୟ ରହି ଚମ୍ପିୟାନ୍ସ ଟ୍ରଫି ଜିତିଲା ଭାରତ। ୪ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଛି ଭାରତ। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।

ଆଜିର ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନିଂ ଯୋଡି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ। ୫୭ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଶିକାର ହୋଇଥିଲେ ଓ୍ୱିଲ ୟଙ୍ଗ। ଏହାପରେ କିଓ୍ୱି ଦଳର ବଡ ପାର୍ଟନରସିପ ଦେଖିବାକୁ ମିଳିନଥିଲା। ଡାରିଏଲ ମିଚେଲ ୬୩, ମାଇକେଲ ବ୍ରାସଓ୍ୱେଲ ୫୩, ରଚିନ ରବିନ୍ଦ୍ର ୩୭ ଓ ଗ୍ଲେନ ଫିଲିପ୍ସ ୩୪ ରନ କରିଥିଲେ। ଫଳରେ ଦଳ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ସଫଳ ହୋଇଥିଲା। 

୨୫୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦନାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଭଲ ପାର୍ଟନରସିପ କରିଥିଲା। ରୋହିତ ଶର୍ମା, ଗିଲଙ୍କ ଯୋଡି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଏହି ମ୍ୟାଚରେ ରୋହିତ ଶର୍ମା ୭୬, ଶ୍ରେୟାସ ଆୟର ୪୮, କେଏଲ ରାହୁଲ ୩୪ ଓ ଶୁଭମନ ଗିଲ ୩୧ ରନ କରିଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଓଭର ବାକି ଥାଇ ୪ ଓ୍ବିକେଟରେ ଜିତିନେଇ। ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି।

Leave A Reply

Your email address will not be published.