ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

0

ଭୁବନେଶ୍ବର: ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି। ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍‌ମିଟ୍‌ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା।

ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପ୍ରତ୍ୟେକ ଛକରେ ମୁତୟନ ହେବେ ପୋଲିସ ଟିମ। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଇଛି ପୋଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ମଦୁଆଙ୍କୁ ପିସିଆର ଉଠାଇ ନେବ। ଏଥିସହିତ କେମିକାଲ ରଙ୍ଗରେ ହୋଲି ନ ଖେଳି କେବଳ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିସ।

ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି । ଏହାସହ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର । ସେପଟେ ନକଲି ମଦ କାରବାର ରୋକିବ ସ୍ପେଶାଲ ଡ୍ରାଇଭ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୋଲିସ । ହିଂସାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.