ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

୨୭ରେ ବିଧାନସଭା ଘେରିବ କଂଗ୍ରେସ

0

ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ। କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତିବାଦରେ ବିକ୍ଷୋଭ କରିବ ଦଳ। ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ପରେ ନିନ୍ଦା ପ୍ରସ୍ତାବ ଆଣିଲା କଂଗ୍ରେସ।

ବିଧାନସଭାରୁ ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି କଂଗ୍ରେସ ନେତା ତାରା ବାହିନୀପତି। ଏହାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ ଆଉ ବିଜେଡି। ଜୋରଦାର ବିରୋଧ କରିବା ସହ ବିଧାନସଭାକୁ ମଧ୍ୟ ବୟକଟ କରିଛି କଂଗ୍ରେସ।ଏହାକୁ ନେଇ ସୁର ରାଉତରାୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ମୋ ସହ ଏଭଳି କରିଥିଲେ ମୁଁ ଜୟନାରାୟଣଙ୍କ ଆଗ ଦାନ୍ତ ଭାଙ୍ଗି ପକେଟରେ ପୁରାଇ ଦେଇଥାନ୍ତି। ଗୃହରେ ଜୟନାରାୟଣ ତାରାଙ୍କୁ ଠେଲିଦେଲେ ହେଲେ ତାରାଙ୍କୁ ସସପେଣ୍ଡ କରାଗଲା। ଏହା ଘୋର ଅନ୍ୟାୟ। ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ନିନ୍ଦା କରୁଛି ବୋଲି ସୁର କହିଛନ୍ତି।

ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଛି ବିଜେଡି। ତାରାଙ୍କ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି। ନିଲମ୍ବନ ପ୍ରତ୍ୟାହାର ପାଇଁ ବିଜେଡି ବିଧାୟକ ବାଚସ୍ପତିଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ବିଜେଡି କଂଗ୍ରେସ ସପକ୍ଷରେ ବାହାରିବା ଦେଖି ଶାସକ ଦଳ ନଇଁଛି। କଂଗ୍ରେସକୁ ବୁଝାଶୁଝା କରିଛି ଶାସକ ଦଳ। ଗୃହ ପରିତ୍ୟାଗ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୁଝାଇଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବୁଝାଶୁଝା କରିଛନ୍ତି। ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିବ ବୋଲି କହିଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ହେଲେ ତାରା ପ୍ରସାଦ ବାହିନୀପତି ନିଜ ନିଷ୍ପତ୍ତିରେ ଅଟଳ। ପ୍ରଥମେ ନିଲମ୍ବନ ଉଠାଯାଉ ତା’ ପରେ ଆଲୋଚନା ହେବ ବୋଲି କହିଥିଲେ।

Leave A Reply

Your email address will not be published.