ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ହୀରାକୁଦ ପାୱାର ଚାନେଲରେ ବୁଡି ଭିସୁଟ୍ ଛାତ୍ର ମୃତ

0

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅଠର ହଜାରରେ ଥିବା ହୀରାକୁଦ ଡ୍ୟାମର ପାୱାର ଚାନେଲରେ ବୁଡ଼ି ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳର ପ୍ରିୟାଂଶୁ ପ୍ରକାଶ ବେହେରା (୧୯) ବୋଲି ଚିହ୍ନଟ କରାଯାଇଛି। ସେ ଭିସୁଟରେ ସିଭିଲ୍ ଇଞ୍ଜିନିୟରିଂ କରୁଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ପରେ ପ୍ରିୟାଂଶୁ ଅନ୍ୟ ଛାତ୍ରମାନଙ୍କ ସହିତ ଗାଧୋଇବା ପାଇଁ ହୀରାକୁଦ ଡ୍ୟାମର ପାୱାର ଚାନେଲକୁ ଯାଇଥିଲେ। ସେ ନିୟନ୍ତ୍ରଣ ହରାଇ ଗଭୀର ପାଣି ଆଡକୁ ଭାସିବାକୁ ଲାଗିଥିଲେ। ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଭିମସାରକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.