ଗଜପତି: ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ରାମଗିରି ନିକଟ ତୁଳସୀନଗରରେ ରବିବାର ଛତୁଆ ଖାଇ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଠି ସହିତ ପରିବାରର ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଭିଯୋଗ ଅନୁସାରେ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ସ୍ଥାନୀୟ ଆଶା ଦିଦି ଶାନ୍ତିଲତା ବଡମୁଣ୍ଡି ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସମ୍ପୃକ୍ତ ଆଶା ଦିଦି ହିଁ ଛତୁଆ ଖାଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଶିଶୁକନ୍ୟାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ
ପ୍ରମୁଖ ଖବର
ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ