ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର

0
  • covidwarriors.gov.inରେ ସାମିଲ ପାଇଁ ଆହ୍ବାନ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଗୋଟିଏ ପ୍ଲାଟ୍‌ଫର୍ମ covidwarriors.gov.in ରେ ଯୋଡ଼ିହେବା ସଂପର୍କରେ ପ୍ରକାଶ କରି ଏ ସଂକ୍ରାନ୍ତରେ ସମଗ୍ର ଦେଶର ସମର୍ଥନ ଲୋଡ଼ିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି। ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି। ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତା’କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି। ଏଥିରେ ପ୍ଲାଟ୍‌ଫର୍ମରେ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ଼ ଯୋଦ୍ଧା ହୋଇପାରିବେ ବୋଲି ମୋଦୀ କହିଛନ୍ତି।

ମୋଦୀ କହିଥିଲେ, କରୋନା ବିରୋଧରେ ଭାରତର ଲଢ଼େଇ ପ୍ରକୃତରେ ଲୋକଙ୍କ ଦ୍ୱାରା ହିଁ ହେଉଛି। ଭାରତରେ କରୋନା ବିରୋଧରେ ଲଢ଼େଇ ଜନତା ଲଢ଼ୁଛନ୍ତି, ଆପଣ ଲଢ଼ୁଛନ୍ତି, ଜନତା ସହ ମିଶି ଶାସନ, ପ୍ରଶାସନ ଲଢ଼ୁଛି। ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ସବୁବେଳେ ଉଦ୍ୟମଶୀଳ, ସିଏ ଦାରିଦ୍ର୍ୟ ସହ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି। ତା’ପାଇଁ କରୋନା ସହ ଲଢ଼ିବା ଓ ଜିତିବାର ଏହାହିଁ ଏକ ବାଟ।

ମୋଦୀ କହିଥିଲେ, ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ, ଦେଶର ପ୍ରତ୍ୟେକ ନାଗରିକ, ଏହି ଲଢ଼େଇର ସୈନିକ ସାଜିଛନ୍ତି, ଲଢ଼େଇର ନେତୃତ୍ୱ ନେଉଛନ୍ତି। ଆପଣ ଯେଉଁଠି ବି ନଜର ପକାନ୍ତୁ, ଆପଣ ଅନୁଭବ କରିପାରିବେ ଯେ ଭାରତର ଲଢ଼େଇ ଲୋକଙ୍କ ଦ୍ୱାରା ହିଁ ଲଢ଼ାଯାଉଛି। ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହ ଲଢ଼େଇ କରୁଛି। ଭବିଷ୍ୟତରେ ଯେତେବେଳେ ଏ ସମ୍ପର୍କରେ ଆଲୋଚନା ହେବ, ଏହା କିପରି ଲଢ଼ାଯାଇଥିଲା ତା’ର ଚର୍ଚ୍ଚା ହେବ, ମୋର ବିଶ୍ୱାସ ଯେ ଭାରତର ଲୋକଙ୍କ ଦ୍ୱାରା ହେଉଥିବା ଏହି ଲଢ଼େଇର ନିଶ୍ଚୟ ଚର୍ଚ୍ଚା ହେବ। ପୂରା ଦେଶରେ, ଗଳିକନ୍ଦିରେ, ଜାଗା-ଜାଗାରେ ସବୁ ସ୍ଥାନରେ ଆଜି ଲୋକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି । ତାଳି, ଥାଳି, ଦୀପ, ମହମବତି, ଏ ସମସ୍ତ କଥା ଯେଉଁ ଭାବନାକୁ ଜନ୍ମ ଦେଇଛି; ଯେଉଁ ଉତ୍ସାହରେ ଦେଶବାସୀ କିଛି ନା କିଛି କରିବାପାଇଁ ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ଏ କଥା ପ୍ରେରିତ କରିିଛି।

ପ୍ରଧାନମନ୍ତ୍ରୀ କହିଥିଲେ, ସହର ହେଉ ବା ଗାଁ, ଏମିତି ଲାଗୁଛି, ଯେମିତି ଦେଶରେ ଗୋଟିଏ ବହୁତ ବଡ଼ ମହାଯଜ୍ଞ ଚାଲୁଛି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। କୃଷକ ଭାଇଭଉଣୀମାନେ ଏହି ମହାମାରୀ ଭିତରେ ନିଜ କ୍ଷେତରେ ଦିନରାତି ପରିଶ୍ରମ କରୁଛନ୍ତି ଆଉ ଏକଥା ବି ଚିନ୍ତା କରିଛନ୍ତି ଯେମିତି ଦେଶରେ କେହି ଭୋକରେ ନ ଶୁଅନ୍ତୁ। ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଏହି ଲଢ଼େଇ ଲଢ଼ୁଛନ୍ତି । କେହି ଘରଭଡ଼ା ଛାଡ଼ିଦେଉଛନ୍ତି ତ ଆଉ କେହି ନିଜର ସବୁ ପେନ୍‌ସନ ବା ପୁରସ୍କାର ଟଙ୍କାକୁ ପିଏମ୍ କେୟାର୍ସରେ ଜମା କରିଦେଉଛନ୍ତି। କିଏ କ୍ଷେତର ସବୁ ପନିପରିବାକୁ ଦାନ କରିଦେଉଛି ତ ଆଉ କିଏ ପ୍ରତିଦିନ ଶହଶହ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛି । କିଏ ମାସ୍କ ତିଆରି କରୁଛି ତ କେଉଁଠି ଆମର ଶ୍ରମିକ ଭାଇ-ଭଉଣୀ କ୍ବାରାଣ୍ଟିନ୍‌ରେ ଯେଉଁ ସ୍କୁଲରେ ରହୁଛନ୍ତି ସେହି ସ୍କୁଲର କାନ୍ଥକୁ ରଂଗ କରୁଛନ୍ତି। ଆପଣ ନିଜ ଭାବନା ଅନୁସାରେ, ଦେଶପାଇଁ ନିଜ ରୁଚି ହିସାବରେ, ନିଜର ସମୟ ଅନୁସାରେ କିଛି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.