ପ୍ରମୁଖ ଖବର

ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇ ବ୍ରହ୍ମାବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

0

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ ବିଭାଗ)ର ପିଜି ୨ୟ ବର୍ଷର ଛାତ୍ର ତାପସ ନାୟକ ବୋଲି ଜଣାପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମଧୁସୂଦନ ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଯାଇଛି।

ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି । ସେ ରାତିରେ ହଷ୍ଟେଲ ଛାତ ଉପରୁ ତଳକୁ ପଡିଯାଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ କେଉଁ ପରିସ୍ଥିତିରେ ସେ ଛାତରୁ ପଡ଼ିଛନ୍ତି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.