ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

କଟକରେ ଭୟଙ୍କର ଅଗ୍ନିକାଣ୍ଡ

0

କଟକ: କଟକ ଦୋଳମୁଣ୍ଡାଇରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୋଳମୁଣ୍ଡାଇ କପଡ଼ା ଗୋଦାମରେ ନିଆଁ। ଗୋଦାମ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ତେବେ ସୁଟକେସ୍‌‌ ଶୋ’ ରୁମ ଏବଂ କପଡ଼ା ଦୋକାନରେ ସମେତ ସେଠାରେ ଥିବା ଅନ୍ୟ ଏକ ଶୋ’ ରୁମରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। କର୍ମଚାରୀମାନେ କହିଛନ୍ତି ଯେ ସକାଳୁ ଶୋ’ ରୁମ୍‌‌ ଖୋଲି ଏସି ସୁଇଚ୍‌‌ ଅନ୍‌‌ କରିବା କ୍ଷଣି ହଠାତ୍‌‌ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ପାଖ ଦୋକାନଗୁଡ଼ିକୁ କିଭଳି ନିଆଁ ଳାଗିବ ନାହିଁ ସେଥିପାଇଁ ସତର୍କତା ଅବଳମ୍ବନ କରାଯାଇଥିଲା।

ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ନିଆଁ ହୁତୁହୁର ହୋଇ ଜଳୁଥିବାରୁ ପାଖରେ ରହିଥିବା ଲୋକେ ଆତଙ୍କିତ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିବ। ତେଣୁ ଆତଙ୍କିତ ନ ହେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଦେଖିବାକୁ ମିଳିଛି। ଅପରପକ୍ଷରେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇନାହିଁ।

Leave A Reply

Your email address will not be published.