ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ତାଳଚେରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ଗୁରୁତର

0

ତାଳଚେର: ତାଳଚେରର ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତରହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ତାଳଚେର ଏବଂ ଅନୁଗୁଳ ସ୍ପେଶାଲ ସ୍ବାର୍ଡର ମିଳିତ ଚଢ଼ାଉ କରିଥିଲେ। ଏହି ସମୟରେ ପୋଲିସକୁ ଦେଖି ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା ସୁଶାନ୍ତ। ପରେ ପୋଲିସର ପାଲଟା ଗୁଳିରେ ସୁଶାନ୍ତ ଗୁରୁତର ହୋଇଛି। କୁଖ୍ୟାତ ଅପରାଧୀ ସୁଶାନ୍ତ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ଉଦ୍ୟମ କରିଥିଲେ। ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିବା ବେଳେ ସଶାନ୍ତକୁ ଏନ୍‌କାଉଣ୍ଟର କରାଯାଇଥିଲା।

ତାର ବାମ ଗୋଡ଼ରେ ଗୁଳି ବାଜିବା ପରେ ସେଠାରେ ପଡିଯାଇଥିଲା। ତାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିିତ୍ସା ଚାଲିଛି। ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅପରାଧିକ ମାମଲା ରହିଛି। ସେହିପରି ଏହି ଏନକାଉଣ୍ଟରରେ ସୁଶାନ୍ତ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.