ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ତାଳଚେରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ଗୁରୁତର

0

ତାଳଚେର: ତାଳଚେରର ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତରହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ତାଳଚେର ଏବଂ ଅନୁଗୁଳ ସ୍ପେଶାଲ ସ୍ବାର୍ଡର ମିଳିତ ଚଢ଼ାଉ କରିଥିଲେ। ଏହି ସମୟରେ ପୋଲିସକୁ ଦେଖି ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା ସୁଶାନ୍ତ। ପରେ ପୋଲିସର ପାଲଟା ଗୁଳିରେ ସୁଶାନ୍ତ ଗୁରୁତର ହୋଇଛି। କୁଖ୍ୟାତ ଅପରାଧୀ ସୁଶାନ୍ତ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ଉଦ୍ୟମ କରିଥିଲେ। ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିବା ବେଳେ ସଶାନ୍ତକୁ ଏନ୍‌କାଉଣ୍ଟର କରାଯାଇଥିଲା।

ତାର ବାମ ଗୋଡ଼ରେ ଗୁଳି ବାଜିବା ପରେ ସେଠାରେ ପଡିଯାଇଥିଲା। ତାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିିତ୍ସା ଚାଲିଛି। ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅପରାଧିକ ମାମଲା ରହିଛି। ସେହିପରି ଏହି ଏନକାଉଣ୍ଟରରେ ସୁଶାନ୍ତ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.