ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

0

ଭୁବନେଶ୍ବର: ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ ରେ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ଏହି କ୍ଷେତ୍ର ଟି ଆସନ୍ତା ୩୬ ଘଣ୍ଟା ଯାଏଁ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେବ କିନ୍ତୁ ଏହା ପରେ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ଉତ୍ତର ଦିଗ ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେବେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ୱିଣ୍ଡ ସିଅର ଅଧିକ ଥିବା ହେତୁ ଏହି କ୍ଷେତ୍ର ଟି ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ବିଭିନ୍ନ ପାଣିପାଗ ମଡେଲ ମାନେ ମଧ୍ୟ ଏହି ସିଷ୍ଟମ୍ ଟିକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ର ସଙ୍କେତ ଦେଉନାହାନ୍ତି। ସମ୍ଭବତଃ ଏହା ଅତି ବେଶୀରେ ସଦୃଶ ଲଘୁଚାପ କିମ୍ବା ଅବପାତ ରୂପ ନେଇପାରେ।

ପ୍ରଭାବରେ ଓଡ଼ିଶା ରେ ୧୦-୧୪ ତାରିଖ ମଧ୍ୟରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.