ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଯାହାର ଯିବାର ଅଛି ସେ ବିଜେପିକୁ ପଳାନ୍ତୁ : ମୁନା ଖାନ୍‌

0

ଭୁବନେଶ୍ବର: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା। ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍‌ ଭୁବନେଶ୍ୱରରେ ପହଂଚିଛନ୍ତି। ସେ ବିମାନ ବନ୍ଦରରେ ପହଂଚି ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ।

ମୁନା ଖାନ୍‌ କହିଥିଲେ, ”ଦଳରେ ଦୋମୁହାଁ ନୀତି ଚଳିବ ନାହିଁ, ଯାହାର ଯିବାର ଅଛି ଭାଜପାକୁ ପଳାନ୍ତୁ। ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି। ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍‌ ବିରୋଧରେ ଭୋଟ୍‌ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ। ସସ୍ମିତ କାହିଁକି ଟ୍ବିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି।” ବିମାନବନ୍ଦରରେ ରୋଷ ଝାଡ଼ିବା ପରେ ନବୀନ ନିବାସରେ ପହଞ୍ଚିଥିଲେ ମୁନା ଖାନ୍‌। ସେଠାରେ ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ହୋଇଥିଲେ।

ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, ଯେ ସେ ବିଲକୁ ସମର୍ଥନ ଜଣାଇବେ। କିନ୍ତୁ ପୂର୍ବରୁ ଏନେଇ ଦଳୀୟ ସଭାପତିଙ୍କ ନେତୃତ୍ବରେ ଇଫତାର ପାର୍ଟିରେ ଘୋଷଣା ହୋଇଥିଲା, ବିଲକୁ ବିରୋଧ କରିବା ପାଇଁ। ହେଲେ ସେ କାହା ସହ ଆଲୋଚନା ନକରି ଏପରି ନିଷ୍ପତ୍ତି ନେଇଛନ୍ତି। ସସ୍ମିତଙ୍କ ଏଭଳି ନିଷ୍ପତ୍ତି ଦଳକୁ ଏବଂ ସଂଖ୍ୟାଲଘୁଙ୍କୁ ଗଭୀର ଆଘାତ ଦେଇଛି।

ଏଥିସହିତ ନବୀନ ବାବୁ କେବେ ବି ତାଙ୍କୁ ଏପରି କରିବାକୁ କହିନଥିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ମୁନା। ତାଙ୍କ କହିବାନୁସାରେ, ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ସସ୍ମିତ୍ କାହିଁକି ବିବେକାନୁସାରେ ନିଷ୍ପତ୍ତି ନେବାକୁ କହିଲେ, ତାହା ସେ ଜାଣିନାହାନ୍ତି। ଏଥିସହିତ, ସସ୍ମିତଙ୍କ ସହ ସେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ, ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି, ବିଜୁ ଜନତା ଦଳ ଧର୍ମ ନିରପେକ୍ଷ । ସବୁବେଳେ ସଂଖ୍ୟାଲଘୁ ଭାଇଙ୍କ ସହ ଛିଡା ହୋଇଛି। ଯେଉଁମାନଙ୍କର ବିଜେପିକୁ ସମର୍ଥନ କରିବାର ଇଚ୍ଛା, ଯାହାଙ୍କର ଆତ୍ମା ଡାକୁଛି, ସେମାନେ ବିଜେପିକୁ ଚାଲିଯାଆନ୍ତୁ। ତାଙ୍କୁ ଦଳରେ ରହିବାକୁ କିଏ କହିଲା ବୋଲି ପ୍ରଶ୍ନ କରିଛନ୍ତି ମୁନା । ଦଳରେ ଦୋମୁହାଁ ନୀତି ବରଦାସ୍ତ କରାଯିବନାହିଁ। ଯଦି ଦଳରେ ରହିବାକୁ ଚାହୁଁଛ, ତାହେଲେ ଦଳୀୟ ନିଷ୍ପତ୍ତି ଭିତରେ ରୁହ। ଯଦି ବିଜେପିକୁ ସମର୍ଥନ କରିବାକୁ ଚାହୁଁଛ ତାହେଲେ ବିଜେପିକୁ ଚାଲିଯାଆ ବୋଲି କହି ସସ୍ମିତଙ୍କୁ ଏକ ପ୍ରକାର କଡା ଆକ୍ରମଣ କରିଛନ୍ତି ମୁନା ଖାଁ।

Leave A Reply

Your email address will not be published.