ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର

0

ଭୁବନେଶ୍ବର: ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର। ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ।
୩୨ ବୃହତ ଶସ୍ୟ ଭଣ୍ଡାର ମଧ୍ୟରୁ କେତେକ ୫ଶହ ମେଟ୍ରିକ ଟନ୍‌, କେତେକ ୧ ହଜାର ମେଟ୍ରିକ ଟନ୍‌ ଓ ଆଉ କେତେକ ୨୫ ଶହ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶସ୍ୟ ଭଣ୍ଡାର ହେବ। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ବୃହତ୍‌ ଅଞ୍ଚଳ ବହୁବିଧ ସମବାୟ ସମିତି(ଲାମ୍ପ୍‌) ଗୁଡ଼ିକରେ ଏହି ଶସ୍ୟ ଭଣ୍ଡାର କରାଯିବ ଯାହା ରାଜ୍ୟରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ (ଓଏସ୍‌ସିଏସ୍‌ସି) ଲିମିଟେଡ୍‌ ତତ୍ତ୍ୱାବଧାନରେ ତିଆରି ହେବ।

ସମବାୟ ସମିତି ସମୂହ ନିବନ୍ଧକ ରାଜ୍ୟରେ ୭୯ଟି ପାକ୍ସ ଓ ଲାମ୍ପ୍ସରେ ବୃହତ ଶସ୍ୟ ଭଣ୍ଡାର ପ୍ରତିଷ୍ଠା ପାଇଁ ସ୍ଥିର କରିଥିଲେ। ସେ ବାବଦରେ ତ୍ରିପାକ୍ଷିକ ଚୁକ୍ତି ମଧ୍ୟ ସ୍ୱାକ୍ଷର ସରିଛି। ସେଥିମଧ୍ୟରୁ ୫୮ଟି ପାକ୍ସ ଓ ଲାମ୍ପ୍ସରେ ଶସ୍ୟ ଭଣ୍ଡାର ନିର୍ମାଣ ପାଇଁ ଏନ୍‌ବିସିସି (ଇଣ୍ଡିଆ)ଲିମିଟେଡ୍‌ ଅନୁମୋଦନ କରିଛି। ଏହା ସହିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ମଧ୍ୟ ପ୍ରସ୍ତୁତ ହୋଇସାରିଛି। ହେଲେ ଏହି ୫୮ଟି ପାକ୍ସ ଓ ଲାମ୍ପ୍ସ ମଧ୍ୟରୁ ମାତ୍ର ୩୨ଟି ସ୍ଥାନରେ ଶସ୍ୟ ଭଣ୍ଡାର ନିର୍ମାଣ ପାଇଁ ଜିଲ୍ଲା ସମବାୟ ଉନ୍ନୟନ କମିଟି(ଡିସିଡିସି) ବୈଠକରେ ସହମତି ମିଳିଛି। ଏହି ୩୨ଟି ଶସ୍ୟ ଭଣ୍ଡାରଗୁଡ଼ିକ ସହ ଯେପରି ବଜାର ସଂଯୋଗୀକରଣ (ମାର୍କେଟ୍‌ ଲିଙ୍କେଜ୍‌) ହୋଇପାରିବ ସେଥିପାଇଁ ସର୍ତ୍ତ ରଖାଯାଇଛି।

Leave A Reply

Your email address will not be published.