ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ହେବ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା

0

ଭୁବନେଶ୍ବର: ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ। OWSSB ୱାଟକୋ ଏବଂ ଜନ ସ୍ବାସ୍ଥ୍ୟ ତିନି ବିଭାଗ ସହ ଆଲୋଚନା କରାଯାଇଛି। ଲୋକଙ୍କ ନିକଟରେ ୨୪ ଘଣ୍ଟା ବିଶୁଦ୍ଧ ପାଣି ପହଞ୍ଚିବାନେଇ ବିସ୍ତୃତ ଆଲୋଚନା କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୫-୨୬ ବଜେଟ୍ ଏପ୍ରିଲ୍ ଆରମ୍ଭରୁ କେମିତି କାର୍ଯ୍ୟକାରୀ ହେବ ସେନେଇ ଚିନ୍ତା କରୁଛୁ। ଏନେଇ ବିବାଗୀୟ ପଦାଧିକାରୀ ମାନଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଖରା ପାଇଁ ଯେମିତି କିଛି ସମସ୍ୟା ନ ହୁଏ ତାକୁ ନଜର ଦେବୁ। ଦରକାର ପଡ଼ିଲେ ଅଧିକ ଟ୍ୟାଙ୍କର ମଗାଯିବ। ପାଣି ସମସ୍ୟା ପାଇଁ ଦରକାର ହେଲେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଅଭିଯୋଗ ଆସିବାର ୨ ଘଣ୍ଟା ଭିତରେ ସମସ୍ୟାର ସମାଧାନ ହେବ।

ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମୟ ସୀମାମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ଅଧିକାରୀମାନଙ୍କୁ ପାରାମର୍ଶ ଦିଆଯାଇଛି। ଯେଉଁ ସବୁ ପକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି କେଉଁ କେଉଁ ସମସ୍ୟା ପାଇଁ ଅଟକିଛି, କାମ କିପରି ତ୍ଵରାନିତ ହେବ ସେନେଇ ଆଲୋଚନ ହୋଇଛି ଓ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ବୈଠକରେ ନଦୀର ଜଳକୁ ବ୍ୟାରେଜ୍ ଯୋଗେ କିପରି ଅଧିକ ବ୍ୟବହାର କରାଯିବ ସେ ନେଇ ଆଲୋଚନା ହୋଇଛି। ବହିଯାଉଥିବା ପାଣିର ୧୭ ପ୍ରତିଶତ ହିଁ ଆମେ ବ୍ୟବହାର କରୁଛେ, ବାକି ସମୁଦ୍ରରେ ମିଶିଯାଏ। ତେଣୁ ବ୍ୟାରେଜ୍ ମାଧ୍ୟମରେ ଅଧିକ ପାଣି ସଂଗ୍ରହ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି।

ସହରାଞ୍ଚଳ ମାନଙ୍କରେ ଯୋଗାଇ ଦିଆଯାଉଥିବା ପାନୀୟଜଳ ଦେୟ ଆଦାୟ ନିମନ୍ତେ ଲାଗିଥିବା ମିଟର ବଦଳରେ ସ୍ମାର୍ଟ ମିଟର ଲାଗାଯିବ। ତେବେ ବର୍ତ୍ତମାନ ପାଇଁ ପରୀକ୍ଷା ମୂଳକ ଭାବେ ପାଇଲଟ୍ ବେଶିଷ୍‌ରେ କେତେକ ସହରାଞ୍ଚଳର କେତେକ ସ୍ଥାନରେ କାର୍ଯ୍ୟକାରୀ କରାଯିବ ଏବଂ ସଫଳତା ମିଳିଲେ ସମସ୍ତ ଅଞ୍ଚଳରେ ଏବଂ ସବୁ ସହରାଞ୍ଚଳରେ ଲଗାଯିବ।

Leave A Reply

Your email address will not be published.