ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

0

ବାଲେଶ୍ୱର: ବାଲେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ତାଙ୍କଠାରୁ ନଗଦ ୩୦ ହଜାର ୬ ଶହ ଟଙ୍କା ସହ ୧୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଶନିବାର ସହଦେବଖୁଣ୍ଟା ଥାନା ପରିସରରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ଏସ୍‌ପି ରାଜପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ବେପାରୀ ଜଣକ ଜଳେଶ୍ୱର ଓ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର କିଣି ବାଲେଶ୍ୱର ତଥା ଆଖପାଖ ଅଞ୍ଚଳରେ ବିକ୍ରି କରିଆସୁଥିଲେ। ସେ ଛୋଟ ଛୋଟ ପୁଡ଼ିଆ କରି ଅରଡ଼ ବଜାରରେ ବିକ୍ରି କରୁଥିବା ଖବର ପାଇ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା l ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଅଜୟ କୁମାର ମୁର୍ମୁ, ଏସ୍‌ଆଇ ମମତା ସିଂ ଓ ଅରବିନ୍ଦ ପାଣିଗ୍ରାହୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଅଭିଯୁକ୍ତ କୁର୍ବାନଙ୍କୁ ଗିରଫ କରିଥିଲେ।

ଏ ସଂକ୍ରାନ୍ତରେ କେସ୍‌ ନଂ ନଂ ୧୩୪/୨୫ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ ୨୦୧୧ରେ ଏକ ଏନ୍‌ଡିପିଏସ୍‌ କେସ୍‌ ଓ ୨୦୨୦ରେ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିଲେ। ଏଥିସହ ବିଭିନ୍ନ ଥାନାରେ ତାଙ୍କ ନାମରେ ୧୧ଟି ଆପରାଧିକ ମାମଲା ରହିଥିବା ଏସ୍‌ପି ରାଜପ୍ରସାଦ ସୂଚନା ଦେଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ଆଇଆଇସି ଅଜୟ କୁମାର ମୁର୍ମୁ, ଏସ୍‌ଆଇ ଅରବିନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.