ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

0

ହାଇଦ୍ରାବାଦ: ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ। ଆଇପିଏଲ ୨୦୨୫ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସନ ରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ଯେଉଁ ହୋଟେଲରେ ରହୁଥିଲେ ସେଠାରେ ନିଆଁ ଲାଗିଛି। ହୋଟେଲର ତୃତୀୟ ମହଲାରେ ଥିବା ସ୍ପା’ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ପାର୍କ ହ୍ୟାତ ହୋଟେଲରେ ଖେଳାଳିମାନେ ରହିଥିଲେ। ସବୁଠାରୁ ବଡ଼ କଥା ହେଉଛି, ହୋଟେଲରେ ଯେଉଁ ସମୟରେ ନିଆଁ ଲାଗିଥିଲା, ସେତେବେଳକୁ ଖେଳାଳିମାନେ ହୋଟେଲ ପରିସରରୁ ବାହାରି ସାରିଥିଲେ।

ଏହି ଅଗ୍ନିକାଣ୍ଡ ଘଟଣାରେ ହୋଟେଲରେ ଥିବା କୌଣସି ଅତିଥି କି ଖେଳାଳିଙ୍କର କିଛି କ୍ଷତି ଘଟି ନାହିଁ। ଅଫିସିଭାଲ ଭାବେ ଏନେଇ ସୂଚନା ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଯାଞ୍ଚ ଚାଲିଛି। ଆସନ୍ତା ଗୁରୁବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଖେଳିବ। ସେଥିପାଇଁ ପୂରା ଟିମ୍ ସକାଳୁ ହିଁ ବିମାନବନ୍ଦର ଅଭିମୂଖେ ଯାତ୍ରା କରିସାରିଥିଲା। ତେଣୁ ଖେଳାଳିମାନେ ଏହି ଘଟଣାରେ ପ୍ରଭାବିତ ହୋଇନଥିଲେ।

Leave A Reply

Your email address will not be published.