ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

0

ନୂଆଦିଲ୍ଲୀ: ଦେଶରେ ୩୫ଟି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରାଯାଇଛି। ଯେଉଁଥିରେ ଏକ ନିଶ୍ଚିତ ପରିମାଣର ଔଷଧ ଉତ୍ପାଦନ ମିଶ୍ରଣ କରାଯାଉଛି। ଏହି ସବୁ ଔଷଧକୁ ବିନା ଅନୁମତିରେ ବିକ୍ରି କରାଯାଉଥିବା ବେଳେ ଏସବୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି। ଏପରି କିଛି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକମାନଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ଏସବୁ ଔଷଧ ମଧ୍ୟରେ ପେନ୍ କିଲର, ଭିଟାମିନ ଔଷଦ ଓ ମଧୁମେହ ରୋଗର ମଧ୍ୟ ଔଷଧ ଅନ୍ତର୍ଭୁକ୍ତ ଅଛି।

ଫିକ୍ସ ଡୋଜ୍ ମିଶ୍ରଣ ଔଷଧ (ଏଫଡିସି) ଲାଇସେନ୍ସ ପ୍ରଦାନ ବେଳେ ସମୀକ୍ଷା କରିବାକୁ CDSCO ସମସ୍ତ ଔଷଧ ନିୟନ୍ତ୍ରକମାନଙ୍କୁ କହିଛନ୍ତି। ଏଥସହିତ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ ୧୯୪୦ ଏବଂ ନିୟମାବଳୀର କଡ଼ା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଫଡିସି ହେଉଛି ସେହି ଔଷଧ ଯେଉଁଥିରେ ଏକ ସ୍ଥିର ଅନୁପାତରେ ଦୁଇ କିମ୍ବା ଅଧିକ ସକ୍ରିୟ ଔଷଧୀୟ ଲବଣ ମିଶ୍ରିତ ଥାଏ। କିଛି ଏଫଡିସି ଔଷଧର ସୁରକ୍ଷା ଯାଞ୍ଚ ନ କରାଯାଇ ଲାଇସେନ୍ସ ଦିଆଯାଇଛି ବୋଲି ସର୍ବୋଚ୍ଚ ଔଷଧ ନିୟାମକ ଜାଣିବାକୁ ପାଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଡକ୍ଟର ରାଜୀବ ରଘୁବଂଶୀ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ପଠାଯାଇଥିବା ଏକ ଚିଠିରେ ପ୍ରକାଶ କରିଛନ୍ତି ଯେ ବିନା ଅନୁମତିରେ ଏଫଡିସି ଔଷଧ ବିକ୍ରୟ ଓ ବଣ୍ଟନ କରାଯାଉଛି।

Leave A Reply

Your email address will not be published.