ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରାଜଧାନୀରେ ୪ ମହଲା କୋଠା ଭୁଶୁଡ଼ି ୬ ମୃତ, ଅନେକ ଆହତ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି। ୨୮ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଅନେକ ସମୟ ଧରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଅଗ୍ନିଶମ ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ କହିଛନ୍ତି ଯେ, ଆମେ ରାତି ପ୍ରାୟ ୨ଟା ୫୦ ସମୟରେ ଏକ ଘର ଭୁଶୁଡ଼ି ପଡ଼ିବା ବିଷୟରେ ସୂଚନା ପାଇଲୁ। ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଛି ଏବଂ ଆମେ ଭଗ୍ନାବଶେଷ ତଳେ ଲୋକମାନେ ଫସି ରହିଥିବା ଜାଣିବାକୁ ପାଇଲୁ। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ କାମ କରୁଛନ୍ତି।

ମୁସ୍ତାଫାବାଦ ଅଞ୍ଚଳରେ କୋଠା ଭୁଶୁଡ଼ିବାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏହା ଦେଖାଯାଉଛି ଯେ ମଧ୍ୟରାତ୍ରିରେ କୋଠାଟି ତାସ୍ ର ଘର ପରି ଭୁଶୁଡ଼ି ପଡ଼ିଛି। କୋଠାଟି ଭୁଶୁଡ଼ି ପଡ଼ିବା ସମୟରେ ଧୂଆଁମୟ ହୋଇଯାଇଥିଲା ସମଗ୍ର ଅଞ୍ଚଳ।

Leave A Reply

Your email address will not be published.