ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୪୮ ଘଣ୍ଟା ପରେ କମିବ ଖରା

0

ଆସନ୍ତା ୫-୬ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ଖରା, ଗରମ , ଗୁଳୁଗୁଳି ର ପ୍ରଭାବ ଆସନ୍ତା ୪୮ ଘଣ୍ଟା ପରେ କମିବ। ଆସନ୍ତା ୫-୬ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ,ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ନୂଆପଡ଼ା,କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନରେ ଘଣ୍ଟା ପ୍ରତି ପ୍ରାୟ ୩୦-୪୦ କିମି ବହିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟ ର ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୩-୫°ସି ଯାଏଁ କମିବା ସମ୍ଭାବନା ରହିଛି।

ତେବେ ୨୮ ଏପ୍ରିଲ୍ ରୁ ୦୨ ମେଁ ଯାଏଁ ରାଜ୍ୟ ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏହି ସମୟ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶା ର କେତେକ ଅଞ୍ଚଳରେ କୁଆପଥର ବୃଷ୍ଟି ସହ ପବନ ୪୦-୬୦କିମି / ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହି ସମୟ ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ( ୭ସେମି +) ବର୍ଷା ହେବାର ସମ୍ଭାବନା ରହିଛି।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.