ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ମୃତ ପ୍ରଶାନ୍ତଙ୍କ ଘରେ ଏନଆଇଏ ଟିମ

0

ବାଲେଶ୍ଵର: ବାଲେଶ୍ଵରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ। ଏନଆଇଏର ୩ ଜଣିଆ ଟିମ୍ ବାଲେଶ୍ଵର ଜିଲ୍ଲା ରେମୁଣା ଇଶାଣୀ ଗ୍ରାମରେ ପହଞ୍ଚିଛନ୍ତି। ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ।

ବାଲେଶ୍ୱର ଇସାଣୀ ଗାଁରେ ଥିବା ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ପଚରାଉଚରା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା। ବନ୍ଦ କୋଠରୀ ଭିତରେ ତିନି ଜଣିଆ ଟିମ ସ୍ତ୍ରୀଙ୍କ ସହ ଏକଘଣ୍ଟା ଧରି ଆଲୋଚନା ଜାରି ରଖିଛି। ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାମରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଇଶାଣୀରେ ପହଞ୍ଚିଛି। ଟିମ୍ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିବ। ଘଟଣା ସମୟରେ କଣ କିପରି ଦୃଶ୍ୟ ଥିଲା ତାହାର ଯାଞ୍ଚ କରିବେ ଅଧିକାରୀମାନେ।

ସୂଚନାଥାଉକି, ଆତଙ୍କବାଦୀମାନେ ଗତ ୨୨ ତାରିଖରେ ପହଲଗାମରେ ନିରୀହ ପର୍ଯ୍ୟଟକମାନଙ୍କୁ ଗୁଳି କରି ୨୬ ଜଣଙ୍କୁ ହତ୍ୟା କରିଛନ୍ତି। ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଜଣ ଜଣ କରି ଗୁଳି କରିଥିଲେ।

Leave A Reply

Your email address will not be published.