ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଭୁବନେଶ୍ୱରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ୍ ଟିମ୍। ଏହି ମାମଲାରେ ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୬୩ ଗ୍ରାମର ବ୍ରାଉନ ସୁଗାର ଜବତ ଏସଟିଏଫ୍ ଟିମ୍। ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି। ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି। ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି। ଏନେଇ ଏସଟିଏଫ ଡିଆଇଜି ପିନାକ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

ଧଳାଜହର କାରବାର ବେଳେ ଏସ୍‌ଟିଏଫ୍‌ ଟିମ୍‌ ଏୟାରଫିଲ୍ଡ ଥାନା ଅର୍ନ୍ତଗତ ଲବଣଗିରି ଓ ପାଞ୍ଚଗାଁ ରୋଡ୍‌ରେ ଏହି ଚଢାଉ କରିଛି। ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.