ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ

0

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ପଞ୍ଚମ ଆନ୍ତର୍ଜାତୀୟ ବିମାନ ସେବା ଯୋଗାଇବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତ ଶେଷ ପର୍ଯ୍ୟ।ୟରେ ପହଞ୍ଚିଛି। ତେବେ ଜୁନ୍‌ରୁ ସିଧାସଳଖ ଭାବରେ ଦୁଇଟି ସ୍ଥାନକୁ ଉଡିବ ବିମାନ। ଭୁବନେଶ୍ବରରୁ ଆନ୍ଧ୍ର ପ୍ରଦେଶର ଭାଇଜାଗ ଏବଂ ଆବୁଧାବିକୁ ଉଡିବ ସିଧାସଳଖ ବିମାନ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ।

ବିଶେଷ କରି ଜୁନ୍‌ରୁ ଭୁବନେଶ୍ବର ବିମାନ ବନ୍ଦରରୁ ସିଧାସଳଖ ଭାବରେ ଉଡିବ ଆବୁଧାବିକୁ ବିମାନ। କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଦିନ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏହା ସହିତ ଭାଇଜାଗକୁ ମଧ୍ୟ ସିଧାସଳଖ ଉଡିବ ବିମାନ। ଏନେଇ ବିମାନର ସମୟ ଧାର୍ଯ୍ୟ କରାଯାଇନାହିଁ। କେଉଁ ସମୟରେ ଉଡାଣ କରିବା ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ।

ଓଡ଼ିଶାକୁ ବିଶ୍ୱ ସହିତ ସଂଯୋଗ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.