ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା

0

ଭୁବନେଶ୍ବର: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି ମିଳିବାର ସୁବଧା ରହିଛି। କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।

ଏହି ଯୋଜନାରେ ଏକ ହଜାର କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ଏବଂ ନିର୍ବାଚନମଣ୍ଡଳି ଅର୍ଥ ବ୍ୟବସ୍ଥା ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମ ଏବଂ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ସେହିପରି ଫ୍ୟାମିଲ ପେନସନ ବ୍ୟାବସ୍ଥା ପୂର୍ବରୁ ଅବିବାହିତ ଝିଅଙ୍କ ପାଇଁ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ଯଦି ଦିବ୍ୟାଙ୍ଗ ଝିଅ ହୋଇଥିବେ, ତାଙ୍କର ବାହାଘର ସରିଛି, ତଥାପି ପେନସନ ପାଇପାରିବେ। କେବଳ ପରିବାରର ଆୟ ୫ଲକ୍ଷରୁ କମ ଥିବ।

Leave A Reply

Your email address will not be published.