ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ

0

ନୂଆ-ଦିଲ୍ଲୀ: ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍‌ ଜାରି ହୋଇଛି। ମେଡିକାଲ ସହ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଛୁଟି ବାତିଲ ରହିବ। ଛୁଟି ମଞ୍ଜୁର ହୋଇଥିଲେ ବାତିଲ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୀମାନ୍ତ ରାଜ୍ୟ ଗୁଡ଼ିକ ପାକିସ୍ତାନ ଡ୍ରୋନ ଓ ମିସାଇଲ ମାଧ୍ୟମରେ ଆଟାର୍କ କରୁଛି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବାରୁ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟ କରାଯାଇଛି। ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି।ଉତ୍ତରାଖଣ୍ଡରେ ସବୁ ହସ୍ପିଟାଲ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ଡାକ୍ତର ଓ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୧୨ ହଜାର ହସ୍ପିଟାଲ ବେଡ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.