ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସିଆଲକୋଟରେ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ୱଂସ କଲା ବିଏସଏଫ୍

0

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର ସିଆଲକୋଟରେ ଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌କୁ ଧ୍ୱଂସ କରିଛି ଭାରତୀୟ ସେନା। ଏହାର ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛି ସୀମା ସୁରକ୍ଷା ବଳ(ବିଏସଏଫ)। ସିଆଲକୋଟର ଲୁନିଠାରେ ଏହି ଲଞ୍ଚପ୍ୟାଡ୍‌ ରହିଥିଲା। ଏହିଠାରୁ ପାକିସ୍ତାନୀ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଯାଇଥାଏ। ତା’ ସହିତ ବର୍ତ୍ତମାନ ଯୁଦ୍ଧ ସ୍ଥିତିରେ ପାକ୍ ସେନା ପକ୍ଷରୁ ଏଠାରୁ ଡ୍ରୋନ ଲଞ୍ଚ କରି ଭାରତକୁ ପଠାଯାଇଥାଏ। ଏହାକୁ ଧ୍ୱଂସ କରିବାରେ ସେନା ସଫଳ ହୋଇଛି।

ବିଏସଏଫ୍ ଏହାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସେୟାର କରିଛି। ବିଏସଏଫ୍ ପକ୍ଷରୁ ଏହି ପୋଷ୍ଟରେ ଲେଖାଯାଇଛି ଯେ ମେ ୮ ତାରିଖ ରାତି ପ୍ରାୟ ୧୧ ସମୟରେ, ଆମେ ଜମ୍ମୁ ଏବଂ କଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲୁ।

ସୂଚନାଯୋଗ୍ୟ, ବିଏସଏଫ ଦ୍ୱାରା ଧ୍ୱଂସ କରାଯାଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡଗୁଡ଼ିକୁ ବଡ଼ ପରିମାଣରେ ଆତଙ୍କବାଦୀଙ୍କୁ ତାଲିମ ଦେବା ପାଇଁ ବ୍ୟବହାର କରାଯାଉଥିଲା । ଶୁକ୍ରବାର ଦିନ, ବିଏସଏଫ ପାକିସ୍ତାନ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ମଧ୍ୟ ନିହତ କରିଥିଲା। ଏହି ଅନୁପ୍ରବେଶ ପ୍ରୟାସ ସେହି ଦିନ ହୋଇଛି ଯେତେବେଳେ ଭାରତ ଜମ୍ମୁ, ପଠାନକୋଟ, ଉଧମପୁର ଏବଂ ଅନ୍ୟ କିଛି ସ୍ଥାନରେ ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଥିଲା ବିଏସଏଫ୍।

Leave A Reply

Your email address will not be published.