ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

0

ବାଲେଶ୍ବର: ରାଜ୍ୟରେ ଗୋରୁ ଚୋରା ଚାଲାଣ ଦିନ କୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ।

ସୂଚନା ମୁତାବକ, ସବୁଦିନ ଭଳି ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଟ୍ରକ୍‌ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା। ଏହା ଦେଖି ଗାଡ଼ିଟିକୁ ଜବତ କରିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଉକ୍ତ ଟ୍ରକ୍‌ରେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଭୋଗରାଇ ଥାନାରେ ରଖା ଯାଇଛି। ଏହା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ।

Leave A Reply

Your email address will not be published.