ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଜମ୍ମୁରୁ ଫେରିଲେ ୧୧୪ ଓଡ଼ିଆ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ଜମ୍ମୁସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଶାର ୧୧୪ଜଣ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩୫ଜଣ ଛାତ୍ରୀ ଅଛନ୍ତି। ସରକାରୀ ବ୍ୟବସ୍ଥାରେ ଏକ ସ୍ଵତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଜମ୍ମୁରୁ ଦିଲ୍ଲୀ ଓ ପୁଣି ଦିଲ୍ଲୀରୁ ବିଭିନ୍ନ ଟ୍ରେନ୍‌ ଯୋଗେ ଆସି ଓଡ଼ିଶାର ନିଜ ଅଞ୍ଚଳର ଷ୍ଟେଶନରେ ଶନିବାର ଓହ୍ଲାଇଛନ୍ତି। ପ୍ରତ୍ୟେକ ରେଳଷ୍ଟେଶନରୁ ସେମାନଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଦ୍ୱାରା ନିଆଯାଇ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଜମ୍ମୁରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରୁ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନେଇ ସରକାରଙ୍କୁ ଜଣାଇଥିଲେ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆର୍‌ଟିଓମାନଙ୍କୁ ୮ ତାରିଖ ସନ୍ଧ୍ୟାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ବିହିତ ପଦକ୍ଷେପ ନିଆଯାଇଥିଲା। ଜମ୍ମୁ-କଶ୍ମୀରରୁ ଫେରୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ରେ ଆସିଥିବା ଓଡ଼ିଆ ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୩ଜଣ, ଭଦ୍ରକରେ ୪ଜଣ, ଯାଜପୁର-କେନ୍ଦୁଝର ରୋଡ୍‌ରେ ୫ଜଣ, କଟକରେ ୫ଜଣ, ଭୁବନେଶ୍ୱରରେ ୧୮ଜଣ ଏବଂ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ଆସି ଝାରସୁଗୁଡ଼ାରେ ୮ଜଣଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ତେଜସ୍‌ ରାଜଧାନୀ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଯୋଗେ ଅନ୍ୟମାନେ ଓଡ଼ିଶା ଫେରିଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକରେ ଓହ୍ଲାଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୪ଜଣ ଛାତ୍ରୀ ଅଛନ୍ତି।

Leave A Reply

Your email address will not be published.