ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ

0

କଟକ: ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା ଦେବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ ଦିଆଯାଇଛି। ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରହିଛି। ରେଗୁଲାର ପରୀକ୍ଷା ପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିବେ ବୋଲି ବ୍ୟବସ୍ଥା ରହିଛି। ଅନ୍‌ଲାଇନ୍‌ରେ ଏହି ଫର୍ମ ପୂରଣ ଲାଗି ପରୀକ୍ଷାର୍ଥୀଙ୍କୁ ୪୨୦ ଟଙ୍କା ଦେୟ ହେବାକୁ ହେବ।

ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ୮ ହଜାର ୩୬୨ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେହିପରି ୧୭ ହଜାର ୩୮୪ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିଲେ। ଅନୁପସ୍ଥିତ, ଫେଲ୍‌ ଓ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୨୫ ହଜାରରୁ ଅଧିକ ହେବେ ବୋଲି ସୂଚନା ମିଳିଛି। ଫର୍ମ ପୂରଣ ସରିବା ପରେ କେବେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ସେ ସମ୍ପର୍କରେ ଖୁବ୍‌ଶୀଘ୍ର ପରୀକ୍ଷା ସୂଚୀ ନିର୍ଘଣ୍ଟ ଜାରି କରାଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.