ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ମହିଳା ୟୁଟ୍ୟୁବର ଗିରଫ

0

ହରିୟାଣା: ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଜଣେ ମହିଳା ୟୁଟ୍ୟୁବର ଗିରଫ ହୋଇଛନ୍ତି। ସେ ହେଲେ ଜ୍ୟୋତି ମାଲହୋତ୍ରା। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍‌ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ। ଜ୍ୟୋତିଙ୍କର ‘ଦେଶୀ ଇଣ୍ଡୋ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ସେ ଅନେକ ସମୟରେ ବିଦେଶ ଗସ୍ତ କରନ୍ତି। ପାକିସ୍ତାନକୁ ମଧ୍ୟ ଏକାଧିକ ଥର ଗସ୍ତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବାକୁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଜ୍ୟୋତି ପ୍ରଥମେ ପାକିସ୍ତାନ ଯାଇଥିବା ସମୟରେ ଅହଶନ ଉର ରହିମ ଓରଫ ଦାନିଶ ନାମକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ଭାରତ ଫେରିବା ପରେ ବି ସେ ଦାନିସ ସହ ଯୋଗାଯୋଗରେ ରହିଥିଲେ। ୨ୟ ଥର ପାକ୍ ଗସ୍ତ କରିବା ସମୟରେ ଅଶନ ଜରିଆରେ ସେ ଅଲି ଅହଶନ ନାମକ ଅନ୍ୟ ଜଣେ ବ୍ୟକ୍ତି ସହ ପରିଚିତ ହୋଇଥିଲେ। ଅଲି ଅହଶନ ଜ୍ୟୋତିଙ୍କୁ ଆଇଏସଆଇର ସଦସ୍ୟ ସହିତ ପରିଚିତ କରାଇଥିଲା। ଏହା ପରଠାରୁ ଜ୍ୟୋତି ଭାରତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିବା ଆରମ୍ଭ କରିଥିଲେ।

Leave A Reply

Your email address will not be published.