ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର

0

ନ୍ୟୁଜ୍ ବ୍ୟୁରୋ: ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ ବୟସରେ ପିନାକୀ, ୫୦ବର୍ଷିୟ ମହୁଆଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହ ଜର୍ମାନୀରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।
ଟିଏମସି ସାଂସଦ ମହୁଆ ମୋଇତ୍ର, ବିଜୁ ଜନତା ଦଳ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ ଭାବେ ବାଛିଛନ୍ତି। ଦୁହେଁ ଜର୍ମାନୀରେ ସିକ୍ରେଟ୍ ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଉଭୟଙ୍କ ବିବାହର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି, ଦୁହେଁ ଅତି ନିକଟତର ବନ୍ଧୁ ପରିଜନଙ୍କ ମେଳରେ ଜର୍ମାନୀରେ ବିବାହ କରିଛନ୍ତି।

‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ସିକ୍ରେଟ୍ ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ନିଜର କଥା କହିବାର ଅନ୍ଦାଜ୍ ଏବଂ ସ୍ପଷ୍ଟଭାଷୀ ପାଇଁ ବେଶ୍ ବିବାଦରେ ମଧ୍ୟ ଫସିଛନ୍ତି ମହୁଆ। ମହୁଆ ପୂର୍ବରୁ ଡେନମାର୍କର ଆର୍ଥିକ ବ୍ୟବସାୟୀ ଲାର୍ସ ବ୍ରୋସେନଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ, ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ବର୍ତ୍ତମାନ ସାଂସଦ ଭାବରେ ମହୁଆ ମୋଇତ୍ରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଚାଲିଛି। ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ପରାସ୍ତ କରିଥିଲେ। ମହୁଆ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଏଥର ସେ ବିଜେପି ପ୍ରାର୍ଥୀ ଅମ୍ରିତା ରାୟଙ୍କୁ ପରାସ୍ତ କରିଛନ୍ତି।

Leave A Reply

Your email address will not be published.