ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ ଜିନ୍ଦଲ ସ୍ପୋର୍ଟ ହଷ୍ଟେଲ କ୍ରୀଡ଼ାବିତ

0

ଭୁବନେଶ୍ବର: ମସ୍କୋ ଉସୁ ଷ୍ଟାର ଅନ୍ତର୍ଜାତୀୟ ଚାମ୍ପିଅନସିପରେ ଦେଶ ପାଇଁ ଗୌରବ ଆଣିଛନ୍ତି ବଡବିଲସ୍ଥିତ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲର ଦୁଇ କ୍ରୀଡ଼ାବିତ ପ୍ରେମ ମୁଣ୍ଡା ଓ ରାଜକୁମାର ମୁଣ୍ଡା। ସିନିଅର ପୁରୁଷ ୪୮ କେଜି ଓ ୫୨ କେଜି ବର୍ଗରେ ପ୍ରେମ ଓ ରାଜକୁମାର ଅତି ଚମତ୍କାର କୌଶଳ ପ୍ରଦର୍ଶନ କରିବା ସହ ଆୟୋଜକ ରୁଷର ଶୀର୍ଷସ୍ତରୀୟ ପ୍ରତିଯୋଗୀଙ୍କୁ ହରାଇ ଏହି ସ୍ପର୍ଣ୍ଣ ପଦକ ଜିତିଛନ୍ତି। ସେମାନଙ୍କ ଏହି ବିଜୟ ଓଡ଼ିଶା ଓ ଭାରତୀୟ ଉସୁ କ୍ରୀଡ଼ା ପାଇଁ ବିଶ୍ୱସ୍ତରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପରିଚାଳିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପ୍ରୋତ୍ସାହନରେ ଏହି ହଷ୍ଟେଲ ପ୍ରତିଷ୍ଠିତ ହୋଇଛି।

ଏହି ସଫଳତାରେ ମାନ୍ୟବର କୁରୁକ୍ଷେତ୍ର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି, “ଏହା ଆମ ପାଇଁ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ। ପ୍ରେମ ଓ ରାଜକୁମାରଙ୍କ ସଫଳତା କେବଳ ଭାରତୀୟ କ୍ରୀଡ଼ାର ଏକ ବିଜୟ ନୁହେଁ ବରଂ; ସମସ୍ତଙ୍କୁ ସମାନ ସୁଯୋଗର ସାମର୍ଥ୍ୟ  ଓ ଦୃଢ଼ ସଂକଳ୍ପର ସାର୍ଥକ ନିଦର୍ଶନ। ମୁଁ ସେମାନଙ୍କୁ ସମ୍ମାନ ଜଣାଇବା ସହ ଗ୍ରାମୀଣ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତିବଦ୍ଧତା ପାଇଁ ଜିନ୍ଦଲ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି”।

ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଏକ ଗ୍ରାମୀଣ ଅଞ୍ଚଳରୁ ବିଶ୍ୱ ଦରବାର ଯାଏ ସେମାନଙ୍କ ଯାତ୍ରା ନିଶ୍ଚିତ ଭାବେ ପ୍ରେରଣାଦାୟୀ। ଜିନ୍ଦଲ ଫାଉଣ୍ଡେସନ ଜରିଆରେ ଏବଂ ସାମଗ୍ରିକ ସହଯୋଗରେ ଆମେ ସେମାନଙ୍କ ସ୍ୱପ୍ନର ସଫଳତା ପାଇଁ ଉଦ୍ୟମ କରୁ। ଏହି ସ୍ୱର୍ଣ୍ଣ ପଦକ ସେମାନଙ୍କ ଉତ୍ସାହ ଓ ତଥା ଆମ କ୍ରୀଡ଼ା ବିକାଶ ପଦକ୍ଷେପ ଜରିଆରେ ରୂପାନ୍ତରଣ ପ୍ରତି ଏକ ସମ୍ମାନ”।

୨୦୧୨ରେ କେନ୍ଦୁଝର ଜିଲ୍ଲା ଦେଓଝରରେ ଜିନ୍ଦଲ ଫାଉଣ୍ଡେସନ ସିଏସଆର କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠାରୁ  ସେମାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ଜିନ୍ଦଲ ସ୍ପୋର୍ଟ ହଷ୍ଟେଲ ଜରିଆରେ ଓ କୋଚ୍ ପଙ୍କଜ ମହାନ୍ତଙ୍କ ନେତୃତ୍ୱରେ ସେମାନଙ୍କ ପୋଷଣ, ତାଲିମ ଓ ଶିକ୍ଷା ଆରମ୍ଭ ହୋଇଥିଲା। ଗତ ଡେରାଡୁନ ଅନ୍ତର୍ଜାତୀୟ କ୍ୟାମ୍ପରେ ଶ୍ରେଷ୍ଠ ପ୍ରଦର୍ଶନ ଦ୍ୱାରା ସେମାନେ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ପାଇଁ ମନୋନୀତ ହୋଇଥିଲେ।

ଜିନ୍ଦଲ ଫାଉଣ୍ଡେସନ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ପ୍ରେମ ଓ ରାଜକୁମାରଙ୍କ ସମେତ ଶ୍ୱେତା ରାଣୀ, ବବଲୁ, ମଞ୍ଜୁ ମୁଣ୍ଡା ମଧ୍ୟ ପ୍ରଶିକ୍ଷିତ ହୋଇ ବ୍ରାଜିଲ, ବ୍ରୁନେଇ ଓ ମସ୍କୋରେ ଆୟୋଜିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୋପ୍ୟ ଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଉଣ୍ଡେସନ ପକ୍ଷରୁ ଦେଶର ୩୦ ହଜାର ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କୁ ସାମରିକ କଳା, ମହିଳା ଓ ପୁରୁଷ ହକି, ମହିଳା ଓ ପୁରୁଷ ଫୁଟବଲ, କବାଡ଼ି, ଖୋ-ଖୋ, ତୀରନ୍ଦାଜୀ ଓ କ୍ରିକେଟରେ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଉଛି।

Leave A Reply

Your email address will not be published.