ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଠ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

0

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।

ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଦରବା ଥାନା ଅଞ୍ଚଳରେ ଏବଂ ସାନୁ କୁଞ୍ଜମ ଓରଫ ରାକେଶ ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଜଣାପଡିଛି। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍, କୋଡେକ୍ସ ତାର, ଗନ ପାଉଡର୍, ୱାକିଟକି, ବ୍ଯାଟେରୀ, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଜୁନ ୧୨ ତାରିଖ ବିଳମ୍ବିତ ରାତିରେ ମାଥିଲି ଥାନା ଅଧୀନ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ପୃକ୍ତ ଜଙ୍ଗଲରେ ଚଢ଼ାଉ ଆରମ୍ଭ ହୋଇଥିଲା। ଆଜି ଭୋର ସମୟରେ ମାଓବାଦୀମାନେ ଉକ୍ତ ଜଙ୍ଗଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କେସ କାୱାସି ଓ ସାନୁ କୁଞ୍ଜମ ପୋଲିସ ହାବୁଡରେ ପଡିଯାଇଥିଲେ। ମାଓବାଦୀ କେସ କୱାସୀ ଏବଂ ସାନୁ କଞ୍ଜମ ବିଭିନ୍ନ ମାଓ ଘଟଣାରେ ସମ୍ପୃକ୍ତ ରହିଛି। କେସ କୱାସୀ ନାଁରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା, କୁନ୍ଦ୍ରା ଥାନା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ମାମଲାରେ ସମ୍ପୃକ୍ତି ରହିଛି। ସେହିପରି ରାକେଶ ଓରଫ ସାନୁ କୁଞ୍ଜାମ ନାଁରେ ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ଥିବା ମାମଲାରେ ସମ୍ପୃକ୍ତି ରହିଛି।

Leave A Reply

Your email address will not be published.