ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର, ଜୁନ ୧୮: ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତର ନୂତନତା ଏବଂ ଆର୍ଥିକ ବୈଷୟିକ ପରିସଂସ୍ଥା ପର୍ଯ୍ୟବେସିତ ଅନୁଷ୍ଠାନ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବ୍ରୋଡବ୍ରିଜ୍ ଇଣ୍ଡିଆର ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ରିତୁ ରାଖରା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏହି ସମୟରେ ଉଭୟ ଅନୁଷ୍ଠାନର ଶୀର୍ଷ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ଏଥି ସହିତ ବ୍ରୋଡବ୍ରିଜ୍‌ର ପ୍ରତିନିଧିମାନେ ସୋଆର ଛାତ୍ରଛାତ୍ରୀମାନଙ୍କ ସହିତ ଆର୍ଥିକ କ୍ଷେତ୍ର ସହିତ ନିଯୁକ୍ତି ସୁଯୋଗ ଏବଂ ଆବଶ୍ୟକୀୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ ।
ବ୍ରୋଡବ୍ରିଜ୍ ବିଭିନ୍ନ କ୍ୟାମ୍ପସ ପ୍ରୋଗ୍ରାମ, ଇନୋଭେସନ୍ ଚ୍ୟାଲେଞ୍ଜ, ମେଂଟରସିପ୍ ଏବଂ ଦକ୍ଷତା ଭିତିକ ପଦକ୍ଷେପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାଏ । ଏହି ସହଭାଗିତା ଦ୍ୱାରା ଉଭୟ ଅନୁଷ୍ଠାନ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଥିବା ବ୍ୟବଧାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ରହିଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ ବ୍ରୋଡବ୍ରିଜ୍ ସହଭାଗିତା ଭିତିରେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶିଳ୍ପ ସମ୍ବନ୍ଧୀୟ କର୍ମଶାଳା, ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଏବଂ ଛାତ୍ରଛାତ୍ରୀମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌ର ସୁଯୋଗ ପ୍ରଦାନ କରିବେ ।
ଏହି ସହଭାଗିତା ଦ୍ୱାରା ଶିଳ୍ପ କ୍ଷେତ୍ରରେ ସୋଆର ସହଯୋଗକୁ ପ୍ରତିପାଦିତ କରିବା ସହ ଆମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦିଗରେ ସାହାଯ୍ୟ କରିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।
ଏହି ଅବସରରେ ଶ୍ରୀମତି ରାଖରା କହିଥିଲେ ଯେ ସୋଆ ସହିତ ବୁଝାମଣା କରି ବ୍ରୋଡବ୍ରିଜ୍ ବେଶ ଆନନ୍ଦିତ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକ ଯୋଡ଼ି ହୋଇ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ କହିଛନ୍ତି ଯେ ଆଇଟି ଏବଂ ତତ୍‌ସଂଲଗ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ନିମନ୍ତେ ସୋଆ ନିୟମିତ ଭାବରେ ଏଭଳି ସହଭାଗିତାର ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛି ।

Leave A Reply

Your email address will not be published.