ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ବିମାନ ବନ୍ଦର ନିକଟର ରହିବନି ଉଚ୍ଚା ଗଛ ଓ ଘର

0

ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାର ବିମାନ ଅଧିନିୟମ ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏବେ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା ଓ ବଡ଼ ଗଛ।

ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା ଓ ଗଛ ତୁରନ୍ତ ହଟାଯିବ। ମାଲିକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହେବ। ନୋଟିସ୍‌ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ। ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ। ମାଲିକମାନେ ନିୟମ ନମାନିଲେ ଏରୋଡ୍ରମ୍‌ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘର କିମ୍ବା ଗଛର ଉଚ୍ଚତା କମ୍‌ କରାଯିବ। ତେବେ ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ।

Leave A Reply

Your email address will not be published.