ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ପୁଣି ଇସ୍କନ କଲା ଅଦିନିଆ ରଥ ଯାତ୍ରା

0

ନୂଆଦିଲ୍ଲୀ: ପୁଣି ଅମାନିଆ ହୋଇ ନୂଆଦିଲ୍ଲୀରେ ଗଡ଼ିଲା ଅଦିନିଆ ରଥ। ଏହି ଅଦିନିଆ ରଥ ଗଡେଇଛି ଇସ୍କନ। ଇସ୍କନର ଅଦିନିଆ ରଥଯାତ୍ରାରେ ସାମିଲ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଇସ୍କନ ରଥଯାତ୍ରାରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ରେଖା। ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଅଦିନିଆ ରଥଯାତ୍ରାକୁ ଓଡିଶାର ରାଜନୈତିକ ପରିବେଶ ସରଗରମ ହୋଇଛି। ଡବଲ ଇଞ୍ଜିନ ସରକାର ଭକ୍ତଙ୍କ ଭାବବେଗକୁ ଆଘାତ ଦେଇଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି। ଅଣସର ଘରେ ମହାପ୍ରଭୁ ଥିବା ବେଳେ ଦିଲ୍ଲୀରେ ଅଦିନିଆ ରଥଯାତ୍ରା କରାଯାଇଛି। ଏପରିକି ଏହି ଅଦିନିଆ ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୋଗ ଦେବା ମଧ୍ୟ ଲଜ୍ଜା, ଦୁଃଖ ଓ ପରିତାପର ବିଷୟ।
ଗତ ରବିବାର ନୂଆଦିଲ୍ଲୀର କମଳାନଗରରେ ଆୟୋଜିତ ହୋଇଛି ଅଦିନିଆ ରଥଯାତ୍ରା। ବିଧି ପରମ୍ପରା ଅନୁଯାୟୀ ୨୭ ତାରିଖରେ ରଥଯାତ୍ରା ଥିବାବେଳେ ନୂଆଦିଲ୍ଲୀରେ ରଥ ଗଡେଇଛି ଇସ୍କନ। ସେଥିରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏନେଇ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି,”ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ସରକାର ଏ ଘଟଣାରେ ନିରବ କାହିଁକି ? ବିଜେପିର ମୁଖ୍ୟମନ୍ତ୍ରୀ ଯାଇ ଅଦିନିଆ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣୁଛନ୍ତି। ଏହା ହିଁ ଆମ ଓଡ଼ିଶାବାସୀଙ୍କ ପାଇଁ ଦୁଃଖ ଓ ଲଜ୍ଜାର ବିଷୟ। ଜଗନ୍ନାଥ ଧାମ ନାଁକୁ ନେଇ ମମତା ବାନାର୍ଜୀ ଓ ରଥଯାତ୍ରାକୁ ନେଇ ଇସ୍କନକୁ ନିନ୍ଦା କଲେ।

କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ତାଗିଦ କରୁନାହାନ୍ତି। ଜଗନ୍ନାଥଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି। ମୋହନ ସରକାର ଦୋ – ମୁହାଁ ନୀତି କାହିଁକି କରୁଛନ୍ତି। ଓଡ଼ିଆ ଅସ୍ମିତାକୁ ଅନର୍ଥ କରିଛି ବିଜେପି ସରକାର। ଅସ୍ମିତାର ନାଁରେ ଲୋକଙ୍କୁ ଭେଳିକି ଦେଖାଇ ହେଉଛନ୍ତି ସରକାର। ଓଡ଼ିଆ ଅସ୍ମିତା କହିଲେ ବିଜେପି କିଛି ବୁଝେ ନାହିଁ। କିଛି ଦିନ ତଳେ ଇସ୍କନ ରଥଯାତ୍ରାକୁ ନେଇ ବହୁତ ଚର୍ଚ୍ଚା ହେଲା। ପଶ୍ଚିମବଙ୍ଗ ସରକାରଙ୍କ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ହେଲା। ଗଜପତି ନିଜର ସ୍ପଷ୍ଟ ମତ ରଖିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖନ୍ତୁ । ରାଷ୍ଟ୍ରୀୟ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରନ୍ତୁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ।

Leave A Reply

Your email address will not be published.