ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମହାମାରୀ ରୋକିବାରେ ଲାଗିଛନ୍ତି ୩ ସମ୍ କୋଭିଡ୍ ହସ୍ପିଟାଲ

0

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ
ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍‌ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି।
୫୨୫ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ହସ୍ପିଟାଲ୍ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି।

ଏନ୍‌ଆଇଆର୍‌ଏଫ ର‌୍ୟାଙ୍କିଙ୍ଗ୍‌ରେ ୨୧ ତମ ସ୍ଥାନ ହାସଲ କରିଥିବା ଟିଚିଂ ହସ୍ପିଟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ସବୁ ବର୍ଗଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ସମ୍‌ରେ ପ୍ରଦାନ କରାଯାଇଥାଏ । ସେହିପରି ନିକଟରେ ଉଦ୍‌ଘାଟିତ ହୋଇଥିବା ସମ୍ ଅଲ୍ଟିମେଟ ମେଡିକେୟାର ହେଉଛି ଏକ ମଲ୍ଟି ସୁପର ସ୍ପେସିଆଲଟି ହସ୍ପିଟାଲ୍ । ତିନୋଟି ହସ୍ପିଟାଲ୍ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଜନସାଧାରଣଙ୍କୁ ଉତମମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି । ପୃଥକ ପୃଥକ ଭାବେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି । କୋଭିଡ ହସ୍ପିଟାଲ୍ ବ୍ୟତିତ ସମ୍ କିମ୍ବା ସମ୍ ଅଲ୍ଟିମେଟ ମେଡିକେୟାରରେ କରୋନା ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ ।

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ ହସ୍ପିଟାଲ୍‌ର ୫୦୦ ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ସୋଆ ପକ୍ଷରୁ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଭୁବନେଶ୍ୱର ଏବଂ ତାଳଚେରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମ୍‌ସିଏଲ୍‌)ର ସହଭାଗିତାରେ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ରାଜ୍ୟସରକାରଙ୍କ ସହଭାଗିତାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ସୋଆ, ଏମ୍‌ସିଏଲ୍ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ସମସ୍ତ ହସ୍ପିଟାଲ୍‌ରେ ସମ୍ ହସ୍ପିଟାଲ୍ ପକ୍ଷରୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.