ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ

0

ରାୟଗଡା: ରାୟଗଡା ୟାର୍ଡରେ ଆଜି ସକାଳେ ଏକ ପୁସ୍ ଟ୍ରଲିର ଛତା ଏକ ମାଲବାହୀ ଟ୍ରେନର ଚଳନ୍ତା ୱାଗନରେ ଫସିଯିବା ଫଳରେ ଦୁର୍ଘଟଣା ଘଟିଛି। ଟ୍ରଲିଟି ୟାର୍ଡରେ ଲାଇନ୍ ନମ୍ବର ୪ ଏବଂ ୫ ମଧ୍ୟରେ ଥିଲା। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ଜଣେ ଠିକା କର୍ମଚାରୀ ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛନ୍ତି।

ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏକ ପୁସ୍ ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲା। ଏକା ରେଳଧାରଣାରେ ସମାନ ସମୟରେ ଟ୍ରେନ୍‌ ଓ ଟ୍ରଲ୍ଲୀ ରହିବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରଲିରେ ରହିଥିବା ରେଳବାଇ ଇଞ୍ଜିନିୟରିଂ ବିଭାଗର ତିନି ଠିକା କର୍ମଚାରୀଙ୍କ ମଧ୍ୟରୁ ଜଣେ ମୃତ ଏବଂ ଦୁଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ସୁନ୍ଦରଗଡ଼ ଜିଲାର ଦେବର୍ଷି କିଶାନ। ଆହତମାନେ ହେଲେ ସୁଶାନ୍ତ ଦାସ ଓ ବାବୁଲା ସାହା। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି। ମୃତକ ଓ ଆହତମାନେ ଟ୍ରଲିରେ କାର୍ଯ୍ୟ କରୁଥିଲେ। ତେବେ କେଉଁଠି ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଡିଆରଏମ୍‌ ଅମିତାଭ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.