ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର

0

ଭୁବନେଶ୍ବର: କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି। ଏନେଇ ଆଗକୁ ସବୁ ଗ୍ରାମ ପଞ୍ଚାୟତ ଗୁଡିକରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଖୋଲାହେବ।

ଏହା ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ। ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ। ଏଠାରେ କେଉଁମାନେ ସ୍ବାସ୍ଥ୍ୟ ସେବା ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ଏଏନଏମ୍। ସାମାନ୍ୟ ଜ୍ବର ହେଲେ ରୋଗୀ ସବସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି। ସେଇ ଜ୍ବର ରୋଗୀ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି। ପରେ କଟକ ବଡ଼ ମେଡିକାଲକୁ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକରି ଚାପକିଭଳି କମିବ ସେନେଇ ସରକାର ଯୋଜନା କରୁଛନ୍ତି। କମ୍ୟୁନିଟି ହେଲଥ୍ ଅଫିସର ଯେଉଁମାନେ ଗ୍ରାମାଞ୍ଚଳରେ ଅଛନ୍ତି, ବିଶେଷ କରି ତାଙ୍କ ପୋଷ୍ଟିଂ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ। ବିଶେଷ କରି ତଳ ସ୍ତରର ଯେଉଁ ଅଫିସର ଅଛନ୍ତି କମ୍ୟୁନିଟି ହେଲଥ୍ ଅଫିସର ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

ଆୟୁଷମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି। କମ୍ୟୁନିଟି ହେଲଥ୍ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି। ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ। ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ। ସରକାରଙ୍କ ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି। ବ୍ଲଡ ପ୍ରେସର, ଡାଇବେଟିସ ଏଇସବୁ ଯେଉଁ ମେଡିସିନ ଦିଆଯାଉଛି । ତାକୁ ନେଇ ଟ୍ରାକିଂ କରାଯାଉଛି। ଡାଟାବେସ୍ କରାଯାଉଛି। ୧୬ ପ୍ରକାର ଟେଷ୍ଟ କରାଯାଉଛି।

Leave A Reply

Your email address will not be published.