ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏଣିକି ନିଶା ମୁକ୍ତ ହେବ କଲେଜ କ୍ୟାମ୍ପସ

0

ଭୁବନେଶ୍ବର: ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ। ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଏନସିବିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନସର ଶୁଭାରମ୍ଭ। ନିଶା ସମ୍ପର୍କିତ ସୂଚନା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି। କ୍ୟାମ୍ପସରେ ମଦ ଦେଖିଲେ ୧୯୩୩କୁ ଫୋନ୍ କରି ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି। ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇପାରିବ। ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ମେଣ୍ଟାଲ ହେଲଥ୍ ଆଣ୍ଡ୍ ନର୍ମାଲସି ଅଗ୍‌ମେଣ୍ଡେସନ୍ ସିଷ୍ଟମ (ମାନସ) ପୋର୍ଟାଲର ଶୁଭାରମ୍ଭ ହୋଇଛି।
ଯଦି କୌଣସି କ୍ୟାମ୍ପସରେ ଡ୍ରଗ୍ସ ବ୍ୟବହାର ହେଉଥିବ, ତାହା ହେଲେ ଦେଶର ଯେକେହି ନାଗରିକ ,ଛାତ୍ରଛାତ୍ରୀ, ଯୁବପିଢ଼ି ଜାତୀୟ ହେଲ୍‌ପଲାଇନ୍ ନମ୍ବର ‘୧୯୩୩ ’ମାଧ୍ୟମରେ ଅଭିଯୋଗ କରିପାରିବେ। ଏଥିସହ ଇମେଲ୍ ଓ ମୋବାଇଲ୍ ଆନ୍ ‘ଉମଙ୍ଗ’ ମାଧ୍ୟମରେ ଅଭିଯୋଗ କରାଯାଇପାରିବ। ଯିଏ ଅଭିଯୋଗ କରିବେ ତାଙ୍କ ନାମ ଗୋପନ ରଖାଯିବା ଡ୍ରଗ୍ସ ସମ୍ପର୍କିତ ଅନୁଧ୍ୟାନ, କାଉନସେଲିଂ କେନ୍ଦ୍ର ସମ୍ପର୍କରେ ପୋର୍ଟାଲରେ ଉତ୍ତର ମିଳିପାରିବ ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ‘ମାନସ’ ପୋର୍ଟାଲ ସମ୍ପର୍କରେ କ୍ୟାମ୍ପସରେ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ବ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.