ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି

0

ବାଲେଶ୍ୱର: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ବୃଦ୍ଧି ହେଲା ଜେଲ ଅବଧି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି ହୋଇଛି। ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।

ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର। ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ ଅଧ୍ୟାପକ ସମୀର ସାହୁ। ଅଧ୍ୟାପକ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସେପଟେ ଘଟଣାକୁ ୧୫ ଦିନ ବିତିଲାଣି । ଅଧ୍ୟାପକ ଓ ପ୍ରିନ୍ସପାଲଙ୍କ ବ୍ୟତିତ, ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ କିଏ ଦାୟୀ, ତାର ତନାଘନା ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ୱର ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିବା ପରେ, ଘଟଣାର ତଦନ୍ତକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।

Leave A Reply

Your email address will not be published.